ଲୋକଙ୍କୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସବୁ ସମ୍ପତ୍ତିକୁ ବନ୍ଧା ପକେଇ ଦେଇଛନ୍ତି ସୋନୁ, ନେଇଛନ୍ତି ଏତେ କୋଟି ଟଙ୍କାର ଲୋନ… ଜାଣିଲେ ଝଟକା ଖାଇଯିବେ…

0

ଅଭିନେତା ସୋନୁ ସୁଦ କରନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥିଲେ | ଲୋକଡାଉନ ସମୟରେ ସେ ହଜାର ହଜାର ଲୋକଙ୍କୁ ଖାଦ୍ୟ-ପେୟ ଠାରୁ ଆରମ୍ଭ କରି ଅନେକ ଦରକାରୀ ଜିନିଷ ଯୋଗାଇ ଦେଇଥିଲେ | ଏଠି ସହିତ ସେ ଶ୍ରମିକ ମନକୁ ମଧ୍ୟ ଘରକୁ ଯିବା ପାଇଁ ବ୍ୟାବସ୍ଥା କରିଥିଲେ | ତାଙ୍କର ଏହି ଦୟଭାବ ଦେଖି ଲୋକମାନେ ତାଙ୍କୁ ମସିହା ବୋଲି ବିବେଚନା କଲେ | ଏକ ରିପୋର୍ଟ ଅନୁଯାୟୀ ସେ ଲୋକଙ୍କୁ ସାହାଯ୍ୟ କରିବାପାଇଁ ନିଜର 8 ଜାଗାର ସମ୍ପତି ବଦଳରେ 10 କୋଟି ଟଙ୍କା ଋଣ ନେଇଛନ୍ତି |

ମନିକଣ୍ଟ୍ରୋଲ.କମ ର ରିପୋର୍ଟ ଅନୁସାରେ ସୋନୁ ସୁଦ ନିଜର 2 ଟି ଦୁକାନ ଏବଂ 6 ଟି ଫ୍ଲାଟ ବଦଳ ଦେଇ 10 କୋଟି ଟଙ୍କା ଋଣ ନେଇଛନ୍ତି | ଏହି ସମ୍ପତି ଗୁଡିକର ମାଲିକ ସେମାନେ ଉଭୟ ସ୍ୱାମୀ ସ୍ତ୍ରୀ ଅଟନ୍ତି | ଏହି ଖବର ବିଷୟରେ ଅଭିନେତାଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ |

ରିପୋର୍ଟ ଅନୁସାରେ 8 ସମ୍ପତି ବଦଳରେ ସୋନୁ 10 କୋଟି ଟଙ୍କା ଋଣ ନେଇଛନ୍ତି | ଏଠି ପାଇଁ ତାଙ୍କୁ କାଗଜ-ପତ୍ର ବାବଦକୁ 5 ଲକ୍ଷ ଟଙ୍କା ପଞ୍ଜିକରଣ ଶୁଳ୍କ ଭାବରେ ଖର୍ଚ୍ଚ କରିବାକୁ ପଡିଛି |

ସୋନୁ ସୁଦ ଦୁଖୀ ଗରିବଙ୍କୁ ସାହାଯ୍ୟ କରିବାକୁ ସଦା ସର୍ବଦା ପ୍ରସ୍ତୁତ ହୋଇରହିଥିବା ବୋଲିଉଡ଼ କଳାକାର ମାନଙ୍କ ମଧ୍ୟରୁ ଜଣେ | ବହୁତ ଲୋକ ତାଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାହାଯ୍ୟ ମାଗୁଛନ୍ତି | ସୋନୁ ତାଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହି ଥାନ୍ତି | ଏବେ ସୋନୁ କୃଷକ ମାନଙ୍କ ପାଇଁ ସ୍ୱରଉତ୍ତଳନ କରିଛନ୍ତି |

ସେ ନିଜର ଟୁଇଟ୍ର ଆକାଉଣ୍ଟରେ ଲେଖିଛନ୍ତି ‘କିସାନ ହେ ହିନ୍ଦୁସ୍ଥାନ’ | ସୋସିଆଲ ମିଡିଆରେ ସୁନୁଙ୍କ ଏହି ଟୁଇଟ ପ୍ରବଳ ବେଗରେ ଭାଇରଲ ହେବାକୁ ଲାଗିଛି | ଅଭିନେତାଙ୍କ ଏହି ଟୁଇଟ କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏଥି ସହିତ ଏହି ଟୁଇଟରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି | ଏହା ପ୍ପୂର୍ବରୁ ସୋନୁ ତାଙ୍କର ଜଣେ ପ୍ରଶଂସକଙ୍କ ସହ ଦେଖା କରିବା ପରେ ସେ ଚର୍ଚ୍ଚାରେ ଥିଲେ |

Leave A Reply

Your email address will not be published.