ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ

0

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୪୭ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୟୁରଭଞ୍ଜରୁ ଜଣେ ଓ କେନ୍ଦ୍ରାପଡାରୁ ଜଣେ, ସମ୍ବଲପୁରରୁ ଜଣେ ମହିଳା, ଭଦ୍ରକରୁ ଜଣେ, ଢେଙ୍କାନାଳରୁ ଜଣେ, ସୁନ୍ଦରଗଡରୁ ୩ ଜଣ, ଗଞ୍ଜାମରୁ ୩ ଜଣ ଏବଂ ଗଜପତିରୁ ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋଟ୍ ୪୨,୫୫୦ କରୋନା ମାମଲା ରହିଥିବା ବେଳେ ସକ୍ରିୟ ମାମଲା ୧୫,୩୭୦ ରହିଛି । ଏହାବ୍ୟତିତ ୨୬,୮୮୮ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୪୭ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.