ନକାରାତ୍ମକ ଚିନ୍ତାଧାରାକୁ କିପରି ଦୂର କରିବେ

0

ଆମର ଚେତନ ମନ ଯେଉଁ କଥାକୁ ବିଶ୍ବାସ କରିଥାଏ ଆମର ଅବଚେତନ ମନରେ ଯାଇ ବସିଯାଇଥାଏ ଓ ଏଥିରୁ ଆମର ଭାବନା ହୋଇଥାଏ । ଆମ ଚିନ୍ତାଧାରା ହିଁ ଆମର ଜୀବନ ବନେଇଥାଏ । ଦିମାଗି ଶକ୍ତିକୁ କେମିତି ବଢେଇବା, ସଫଳ ହେବା ପାଇଁ ଜରୁରୀ ଅଟେ ସକାରାତ୍ମକ ଚିନ୍ତାଧାରା ।

ଆପଣଙ୍କ ବୁଦ୍ଧି ଚିନ୍ତାଧାରା ଯେତେ ଉଚ କୋଟିର ହେବ, ଆପଣଙ୍କ ସଂକଳ୍ପ ଯେତେ ଦୃଢ ହେବ, ଆପଣଙ୍କୁ ଉପଲବ୍ଧି ସେତିକି ଭଲ ମିଳିବ । ମନୁଷ୍ୟର ଦିମାଗ ବହୁତ ଶକ୍ତିଶାଳୀ ଅଟେ, ଏହା ଅପାରଶକ୍ତିରେ ଭରା ଅଛି । ନେପୋଲିୟନଙ୍କ ଆଜିବି ଏହି କଥା ସତ୍ୟ ଅଟେ, ‘ ମାନବ ଯେଉଁ ଜିନିଷ ମନରେ ଭାବିଥାଏ ଓ ଯେଉଁ ଜିନିଷ ଉପରେ ବିଶ୍ଵାସ କରିଥାଏ ଜୀବନରେ ସେ ତାହା ପ୍ରାପ୍ତ କରିଥାଏ ‘ ।

ଦିମାଗି ଶକ୍ତିକୁ କେମିତି ବଢେଇବେ ଜୀବନରେ ଯେତେ ଉଚ ଚିନ୍ତା ଧାରା ରଖିବେ ସେହିଭଳି ଉପଲବ୍ଧି ମିଳିବ । ସେହିଭଳି ଛୋଟ ଚିନ୍ତାଧାରାରେ ଉପଲବ୍ଧିବୀ ଛୋଟ ମିଳିଥାଏ । ଆସଫଳ ବ୍ୟକ୍ତିଙ୍କ ସଂକଳ୍ପ ଓ ଦାବି ବହୁତ ଛୋଟ ହୋଇଥାଏ, ସଫଳ ବ୍ୟକ୍ତି ବଡ ସ୍ଵପ୍ନ ଦେଖିଥାନ୍ତି ଯେମିତିକି ଏପଲ, ମାଇକ୍ରୋ ସଫ୍ଟ, ରିଲାଏନ୍ସେ ଭଳି ସଂସ୍ଥାନ ବହୁତ ଛୋଟରୁ ଆରମ୍ଭ ହୋଇଥିଲା । ତାଙ୍କର ଚିନ୍ତା ଧାରା ବଡ କାରଣରୁ ଉପଲବ୍ଧି ବଡ ମିଳିଲା । ଯଦି ଲକ୍ଷ ଓ ସ୍ଵପ୍ନ ବଡ ହେବ ତ ପ୍ରୟାସ ଅଧିକ ବଡ ଓ ଉଚ ହେବା ଦରକାର ।

Swami Vivekananda – The legend inspiring generations | Business Insider  India

ଆମ ସମସ୍ତଙ୍କ ଭିତରେ ଅପାର ଶକ୍ତି ବିଦ୍ୟମାନ ରହିଛି । ସେଇ ଶକ୍ତିର ଜାଗୃତ କରିବାର ଅଛି । ଜୀବନର କେତେକ ସମୟରେ କିଛି ପରିସ୍ଥିତି ନିଜ ଛୁପିକି ରହିଥିବା ଶକ୍ତିକୁ ଜଗେଇ ଥାଏ । ଯଦି ମନରୁ ଜଣେ ହାରିଯାଇଥାଏ ସେ ହାରିଥାଏ ଯିଏ ମନରୁ ସବୁବେଳେ ଜିତିବାର ଶକ୍ତି ରଖିଥାଏ ସେ ଜିତି ଥାଏ । ଯଦି ଭଲ ବିଚାର ଆପଣଙ୍କ ମନରେ ରହିବ କିଛି ଦିନରେ ଆପଣଙ୍କ ଜୀବନରେ ଗୋଟେ ସକାରାତ୍ମକ ବିଚାର ଆସିଯିବ । ବିଚାରର ଶକ୍ତି ମହାନ ହୋଇଥାଏ,ଆମର ଜୀବନତ ବଦଳିଥାଏ ତା ସହିତ ସଂସାରର ନକ୍ସା ବଦଳି ଯାଇଥାଏ । ଆପଣଙ୍କ ଅବଚେତନ ମନରେ ଏତେ ଶକ୍ତି ରହିଛି ସେ ଆପଣଙ୍କ ଜୀବନର ଦିଗକୁ ବଦଳେଇ ଦେଇଥାଏ ।

Swami Vivekananda Birthday Swami Vivekananda books | Swami Vivekananda  Birthday : जानें कैसे नरेंद्रनाथ दत्त बने स्वामी विवेकानंद, ये हैं उनकी 5  बुक्स | Hari Bhoomi

ଆପଣ ଯାହା ଦେଖିଥାନ୍ତି, ଶୁଣିଥାନ୍ତି ଓ ଯେଉଁଭଳି ଲୋକଙ୍କ ସହିତ ରହିଥାନ୍ତି, ସେହି ସବୁ ଧୀରେ ଧୀରେ ଚାହିଁଲେ କି ନ ଚାହିଁଲେ ମଧ୍ୟ ମନରେ ଭରି ଯାଇଥାଏ ଓ ଆପଣଙ୍କର ଅଭ୍ୟାସ ବନିଯାଇଥାଏ । ଯଦି ଆପଣ ନକରାତ୍ମକ ଚିନ୍ତାଧାରାର ଲୋକଙ୍କ ସହିତ ରହୁଛନ୍ତି ଆପଣଙ୍କ ଅବଚେତନ ମନ ମଧ୍ୟ ସେହି ଭଳି ଭାବିବା ଆରମ୍ଭ କରିଦେଇଥାଏ ।

ସେଥିଲାଗି ନିଜର ସକାରାତ୍ମକ ଚିନ୍ତାଧାରା ଆଣିବା ପାଇଁ ସବୁବେଳେ ଭଲ କଥା ପଢନ୍ତୁ ଓ ନେଗେଟିଭ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଏଥିରେ ଧୀରେ ଧୀରେ ଆପଣଙ୍କ ଭାବନା ଧୀରେ ଧୀରେ ସକରାତ୍ମକରେ ପରିଣତ ହୋଇଯିବ । ଏହିଭଳି ଆପଣ ଆପଣଙ୍କ ଜୀବନରେ ସକାରାତ୍ମକ ଚିନ୍ତାଧାରା ଆଣି ଜୀବନକୁ ବଦଳାଇ ଆଗକୁ ବଢିପାରିବେ । ନିଜକୁ ସବୁବେଳେ ପଜେଟିଭ ରଖନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave A Reply

Your email address will not be published.