୧୭ ଦିନ ପରେ ଠାବ ହେଲା ନିଖୋଜ ସୁନା ଦୋକାନୀଙ୍କ ମୃତଦେହ

0

ଦେଓଗାଁ: ପାଖାପାଖି ୧୭ ଦିନ ପରେ ଠାବ ହୋଇଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀଙ୍କ ମୃତ ଦେହ। ମୃତ ସୁନା ଦୋକାନୀଙ୍କ ନାମ ହେଉଛି ଗଜାନନ ମେହେର।

ଗଜାନନଙ୍କ ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ ଜଙ୍ଗଲରେ ଶବ ପଡ଼ିଥିବାର ଦେଖିବାକୁ ମିଳିଛି। ସେହି ସ୍ଥାନରେ ଏକ ବାଇକ୍‌ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ତେବେ ଦେଓଗାଁ ପୁଲିସ ସହ ଗଜାନନଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୃତଦେହଟି ନିଖୋଜ ଗଜାନନଙ୍କର ବୋଲି ଚିହ୍ନଟ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୫ ତାରିଖ ଶୁକ୍ରବାର ଦିନ ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ପଟଣାଗଡ଼ ଯାଉଥିବା କହି ସକାଳୁ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ। ଅନେକ ଖୋଜା ଖୋଜି କରି ନପାଇବାରୁ ୬ ତାରିଖ ଦେଓଗାଁ ଥାନାରେ ତାଙ୍କ ବାପା ସାରଙ୍ଗ ମେହେର ପୁଅ ନିଖୋଜ ଥିବାର ଏକ ଅଭିଯୋଗ କରିଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ତେବେ ୧୭ ଦିନ ପରେ ଗଜାନନଙ୍କର ମୃତ ଦେହ ମିଳିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.