ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଠାବ ହୋଇଥିଲା ।
ଦୁଇ ଜଣ ଯୁବକଙ୍କ ପୋଲିସ ଗିରଫ କରିଛି । ତେବେ ଏହି ଚୋରା ବନ୍ଧୁକ କେଉଁଠୁ ଆଣିଲେ କେତେ ଟଙ୍କାରେ ଆଣିଲେ, ତାଙ୍କୁ କିଏ ଦେଇଛି, ଅପରାଧିକ ଯୋଜନା ଲାଗି ପ୍ରସ୍ତୁତ କରୁଥିଲେ କି, ସେମାନଙ୍କ ନାଁ ପୂର୍ବରୁ ଅପରାଧ ରହିଛି କି ନାହିଁ ଏସବୁ ତଥ୍ୟର ଖୋଲତାଡ କରିବ ପୋଲିସ।