ପୂଜା ଛୁଟି ପରେ ଖୋଲିବ କଲେଜ!

0

ଭୁବନେଶ୍ୱର : ଦୁର୍ଗାପୂଜା ଛୁଟି ପରେ ରାଜ୍ୟରେ ଖୋଲିପାରେ କଲେଜ। ରାଜ୍ୟ ସରକାର କଲେଜ ଖୋଲିବା ନିଷ୍ପତ୍ତି ନେବେ। ଶୁକ୍ରବାର ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି।

କରୋନା ପାଇଁ ଦୀର୍ଘ ୭ ମାସ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଥିପାଇଁ ପିଲାଙ୍କ ପାଠପଢ଼ା ବିଶେଷ ଭାବରେ ପ୍ରବାଭିତ ହୋଇଛି। ଏବେ କରୋନାର କାୟାରେ ସାଧାରଣ ପରିବର୍ତ୍ତନ ଆସିବା ପରେ ଏବେ ସରକାର ପିଲାଙ୍କ ଶିକ୍ଷା ପାଇଁ ସ୍କୁଲ କଲେଜଗୁଡ଼ିକୁ ସ୍ଵାଭାବିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ କିଛିଦିନ ପୂର୍ବେ ଘୋଷଣା କରିଥିଲେ ଯେ, ପୂଜାଛୁଟି ପରେ ସ୍କୁଲ, କଲେଜ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ। ତେବେ ସରକାର ଏବେ ରାଜ୍ୟର ସ୍କୁଲ, କଲେଜର ସଫେଇ କାର୍ଯ୍ୟ ମଧ୍ୟ ଆରମ୍ଭ କରିସାରିଲେଣି। ଯାହାକି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଉଛି।

Leave A Reply

Your email address will not be published.