୩୨ ଦିନରେ ପହଞ୍ଚିଲା ଧାରଣା; ଦିନେଶଙ୍କ ଘର ଆଗରେ ନ୍ୟାୟ ପାଇଁ ୧୦୮ ଦୀପ ଲଗାଇଲେ ଦୀପିକା

0

ବ୍ରହ୍ମପୁର(୦୧/୦୯): ୩୨ ଦିନ ହେଲା ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ନିଜ ଛୁଆକୁ ବାପାର ହକ୍ ଏବଂ ତାଙ୍କୁ ସ୍ବାମୀର ଅଧିକାର ଦାବୀରେ ସ୍ୱାମୀ ଘର ଆଗରେ ଦୀପିକାର ଧାରଣା। ଏହି ଧାରଣା ଗୋଟିଏ ମାସ ୨ ଦିନରେ ପହଞ୍ଚିଛି। ଲଗାତାର ୩୨ ଦିନ ହେଲା ଦିନେଶଙ୍କ ଘର ଆଗରେ ଏଭଳି ଧାରଣାରେ ବସିଛନ୍ତି ଦୀପିକା। ଦିନେଶଙ୍କ ଘର ଆଗରେ ଦୀପିକା ଗଣେଶ ପୂଜା ମଧ୍ୟ କରିଛନ୍ତି। ଆଜି ଦୀନେଶଙ୍କ ପରିବାରବର୍ଗ ଘର ଫାଟକରେ ତାଲା ପକାଇ କୁଆଡ଼େ ଚାଲିଯାଇଛନ୍ତି।

ଏଭଳି ସ୍ଥିତିରେ ଦୀପିକା ଗଣେଶଙ୍କ ପାଖରେ ୧୦୮ ଦୀପ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଅନ୍ଧକାର ଜୀବନକୁ ଆଲୋକିତ କରିବା, ଦିନେଶଙ୍କୁ ଭଲବୁଦ୍ଧି ପ୍ରଦାନ କରନ୍ତୁ ବୋଲି ଦୀପ ପ୍ରଜ୍ଜଳନ କରି ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା କହିଛନ୍ତି ଦୀପିକା। ଦିନେଶ ଯେଉଁଠି ଥାଆନ୍ତୁ ନା କାହିଁକି, ଗଜାନନ, ବିଦ୍ଯା ଦାୟି ଶ୍ରୀ ଗଣେଶ ଦିନେଶଙ୍କୁ ଭଲବୁଦ୍ଧି ପ୍ରଦାନ କରନ୍ତୁ। ଦୀପିକା ନ୍ଯାୟ ନିଶ୍ଚିତ ମିଳିବା ନେଇ ଆଶା ରଖିଥିବା ବୋଲି କହିଛନ୍ତି। ସେପଟେ ଦୀପିକାକୁ ସାଥ୍ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ଦୀପିକାଙ୍କୁ ନ୍ଯାୟ ମିଳିବା ଆଶା ରଖିଥିବା କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ତେବେ ଦିନେଶ କୁଆଡ଼େ ଗଲେ ସେନେଇ ଏବେ ସବୁଠି ଚର୍ଚ୍ଚା

Leave A Reply

Your email address will not be published.