ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

0

ନୂଆଦିଲ୍ଲୀ: ଏ ବର୍ଷ ସମୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମୟରେ କେରଳ ଛୁଇଁବ । ଏନଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଦେଶରେ ହେଉଥିବା ବର୍ଷାର ୭୦ ପ୍ରତିଶତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟହେ ହୋଇଥାଏ ।

 

ପାଣିପାଗ ବିଭାଗର ଇଆରଏଫ୍ ଅନୁସାରେ, ଠିକ୍ ସମୟରେ ଦକ୍ଷିଣପଶ୍ଚିମ ମୌସୁମୀ କେରଳ ଛୁଇଁବ । ମେ ୧୫ରେ ଆଇଏମଡି ଦ୍ୱିତୀୟ ପର୍ଯ୍ୟାୟ ଲଙ୍ଗ୍ ରେଞ୍ଜ ଫୋରକାଷ୍ଟ ଜାରି କରିବ । ସେତେବେଳେ ହିଁ ଜଣାପଡ଼ିବ କେବେ ମୌସୁମୀ ଆଣ୍ଡାମାନ ସାଗର ଅତିକ୍ରମ କରି ପୂରା ଦେଶରେ ବର୍ଷିବ ।

 

ଗତମାସରେ ଆସିଥିବା ପ୍ରଥମ ଏଲଆରଏଫ ଅନୁସାରେ, ଚଳିତବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ।

Leave A Reply

Your email address will not be published.