ସର୍କିଟ୍ ହାଉସ୍ ରେ ରାତ୍ରି ଯାପନ କରୁଥିଲେ ମନ୍ତ୍ରୀ, ମୂଷା କାମୁଡ଼ିବା ପରେ ସାପ କାମଡ଼ିବା ଭୟରେ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

0

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ମନ୍ତ୍ରୀ ଗିରୀଷ ଚନ୍ଦ୍ର ଯାଦବଙ୍କ ସହିତ ରବିବାର ଅଜବ ଘଟଣା ଘଟିଛି । ଶୋଇଥିବା ସମୟରେ ତାଙ୍କୁ ମୂଷା କାମୁଡ଼ି ଦେଇଥିବା ଖବର ଆସିଛି । ଏହା ପରେ ସାପ କାମୁଡ଼ିଥିବା ଭୟରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବିଗିଡ଼ି ଯାଇଥିଲା । ଏହି ଖବର ଜଣା ପଡ଼ିବା ପରେ ମନ୍ତ୍ରୀଙ୍କ ସହଯୋଗୀଙ୍କ ମଧ୍ୟରେ ହଡ଼କମ୍ପ ମଚି ଯାଇଥିଲା । ତୁରନ୍ତ ମନ୍ତ୍ରୀଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ଦେଢ଼ ଘଣ୍ଟାର ଚିକିତ୍ସା ପରେ ଜଣା ପିଡ଼ିଥିଲା ଯେ ମନ୍ତ୍ରୀଙ୍କୁ ମୂଷା କାମୁଡ଼ିଥିଲା । ଏହା ପରେ ମନ୍ତ୍ରୀଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

 

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳରେ ମନ୍ତ୍ରୀ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କିପରି କରାଯାଉଛି ତାହାର ସମିକ୍ଷା କରିବାକୁ ବାନ୍ଦା ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ମନ୍ତ୍ରୀ ଗିରିଷ ଚନ୍ଦ୍ର ଯାଦବ ମାୱାଇ ବାଇପାସ ନିକଟରେ ଥିବା ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ । ରାତିରେ ସୋଇବା ସମୟରେ ମନ୍ତ୍ରୀଙ୍କୁ ମୂଷା କାଟି ଦେଇଥିଲା । ଏହା ପରେ ଯନ୍ତ୍ରଣା ବଢିବା ପରେ ମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ବାନ୍ଦା ଜିଲ୍ଲା ଚିକିତ୍ସାଳୟ ଚିଫ ମେଡିକାଲ ସୁପରିଟେଣ୍ଡଣ୍ଟ୍ ଏସ. ଏନ. ମିଶ୍ରା ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଆଖ ପାଖ ଅଞ୍ଚଳରେ ଜଙ୍ଗଲ ଥିବାରୁ ମନ୍ତ୍ରୀଙ୍କୁ ଲାଗିଥିଲା ଯେ ତାଙ୍କୁ ସାପ କାମୁଡ଼ି ଥାଇ ପାରେ । ରାତ ପ୍ରାୟ ୩ଟା ସମୟରେ ମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସାରୁ ଜଣା ପଡ଼ିଥିଲା ଯେ ତାଙ୍କୁ ଏକ ମୂଷା କାମୁଡ଼ିଛି ।

Leave A Reply

Your email address will not be published.