ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗର ଆଜି ଉଦଯାପନ

0

ଭୁବନେଶ୍ୱର : କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡଠାରେ ଚାଲିଥିବା ‘ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ’ ଆଜି ଉଦଯାପନ ହେବ । ଆଜି ବିଜୟୀ ୮ଟି ଟିମ କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିବେ । ଉଦଯାପନୀ ଉତ୍ସବରେ କ୍ରିକେଟର ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେବେ ।

 

ଗତକାଲି ଉଦଘାଟନ ଅବସରରେ ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣତଃ ଚ୍ୟାନେଲ ଗୁଡିକ ଟିଆରପି ଦୌଡ଼ରେ ସାମିଲ ହୋଇ ପରସ୍ପର ପ୍ରତି ପ୍ରତିଦ୍ବନ୍ଦୀମୂଳକ ଆଭିମୁଖ୍ୟ ପ୍ରତିପୋଷଣ କରିଥାନ୍ତି । ହେଲେ ଏହି କ୍ରିକେଟ ମ୍ୟାଚ ଜରିଆରେ ବନ୍ଧୁତ୍ୱପୂର୍ଣ୍ଣ ତଥା ଭାଇଚାରା ଦେଖିବାକୁ ମିଳୁଛି । ସ୍ପନସର ଟିମ ‘ଅମେବି ପ୍ଲସ’ସହିତ ମୋଟ ୧୩ଟି ମେଗାଧାରାବାହିକ ଏଥିରେ ଅଂଶଗ୍ରହଣ କରିଛନ୍ତି । ମୋନେ ହେଲେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ‘ତାରାତାରିଣୀ’, ‘ସିନ୍ଦୂରର ଅଧିକାର”, ‘ନୂଆବୋହୂ’, ‘କୁଆଁରୀ ବୋହୂ’, ‘ମାୟା’, ଜୀ-ସାର୍ଥକରେ ପ୍ରସାରିତ ‘ଜୀବନସାଥୀ’, ‘ଦିବ୍ୟଦୃଷ୍ଟି’, ‘ମହାଦେବୀ’, ‘ରହିଛି ରହିବି ତୋରି ପାଇଁ’, ‘ତୋ ପାଇଁ ମୁଁ ମୋ ପାଇଁ ତୁ’, ମଞ୍ଜରୀରେ ପ୍ରସାରିତ ‘ସିଂହଦ୍ୱାର’, ‘ନଣନ୍ଦ ପୁଟୁଳି’ ଓ ‘ମୋ ଦେହେ ବୋଳିଦେ ତୋଦେହ କଳା’ ଟିମ୍ ।

 

ସବୁ ବେଳେ ଦର୍ଶକ ପରଦାରେ ଏହି ମୁହଁ ଗୁଡିକୁ ଦେଖୁଥିବା ବେଳେ ପଡିଆରେ ସମସ୍ତଙ୍କୁ ଦେଖି ବେଶ୍ ଖୁସି ଅଛନ୍ତି ।

Leave A Reply

Your email address will not be published.