ଆଜି ଦିଲ୍ଲୀ ଏମ୍ସରେ ହେବ ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ, ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯିବ । ଓଡିଆ ଡାକ୍ତରଙ୍କ ଉପରେ ରହିଛି ଗୁରୁଦାୟିତ୍ବ । ବରିଷ୍ଠ ହୃଦ୍‌ରୋଗ ସର୍ଜନ ତଥା ଓଡିଶାର ମୂଳ ବାସିନ୍ଦା ଡକ୍ଟର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ଜଣାପଡିଛି ।

 

ଗତ ୨୬ ତାରିଖରେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ତା’ ପରଦିନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନର ଚିକିତ୍ସା ଓ ସବୁ ଟେଷ୍ଟ ପରେ ଶେଷରେ ଆଜି ବାଇପାସ୍ ସର୍ଜରୀ କରିବା ଲାଗି ଏମ୍ସ ଡାକ୍ତର ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.