ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ପାର୍କ ଭିତରୁ ମିଳିଲା ଝୁଲନ୍ତା ମୃତଦେହ

0

ନୂଆଦିଲ୍ଲୀ: ସହରରେ ଥିବା ତାଙ୍କ ବାସଭବନ ନିକଟରେ ଥିବା ଏକ ପାର୍କରେ ନିଜକୁ ଫାଶୀ ଲଗାଇ ବିଜେପି ନେତା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାମ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପ-ସଭାପତି ଜିଏସ ବାୱା ବୋଲି ଜଣାପଡିଛି।

 

ସୂତ୍ରରୁ ପ୍ରକାଶ ଯେ କିଛି ଘରୋଇ ପ୍ରସଙ୍ଗରେ ବିଜେପି ନେତା ହୁଏତ ଆତ୍ମହତ୍ୟା କରିଥାଇ ପାରନ୍ତି। କିନ୍ତୁ ଉଭୟ ପୋଲିସ ଏବଂ ଦଳ ତାଙ୍କ ମୃତ୍ୟୁ ପଛର କାରଣ ଦର୍ଶାଇବାକୁ ବାରଣ କରିଛନ୍ତି।

 

୫୮ ବର୍ଷୀୟ ଜିଏସ୍ ବାୱା ପଶ୍ଚିମ ଦିଲ୍ଲୀର ଫତେହ ନଗରର ବାସିନ୍ଦା ଥିଲେ।

 

ସୋମବାର ସନ୍ଧ୍ୟାରେ ଦିଲ୍ଲୀର ସୁଭାଷ ନାଗରର ଏକ ପାର୍କ ଭିତରେ ଥିବା ଏକ ହ୍ରଦରେ ଜିଏସ ବାୱାଙ୍କୁ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବିଜେପି ନେତା ଜିଏସ ବାୱା ବୋଲି ଚିହ୍ନଟ କରିଥିଲା।

 

ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ୍ ଉଦ୍ଧାର କରାଯାଇ ନାହିଁ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Leave A Reply

Your email address will not be published.