ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

0

ଭୁବନେଶ୍ବର : ମହାମାରୀ କରୋନାରେ ସୁଧାର ଆସୁଥିବା ବେଳେ, ଆଗକୁ ଆସୁଛି ସମ୍ଭାବ୍ୟ ତୃତୀୟ ଲହରୀ । ତେଣୁ ଏହାର ମୁକାବିଲା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଏହା ପୂର୍ବରୁ ଶିଶୁଙ୍କ ପାଇଁ ୬୦୦ ବେଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାଠାରୁ ଯଥେଷ୍ଟ ଆଗରେ ରହିଛି ଓଡ଼ିଶା । ୬୦୦ ନୁହେଁ, ରାଜ୍ୟ ସରକାର ୩୦୦୦ ବେଡ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯେଉଁଥିରେ ୨୦୦ରୁ ୨୫୦ ଆଇସିୟୁ ବା ଏଚଡିୟୁ ବେଡ୍ କରାଯିବ ।

ତିନି ହଜାର ବେଡ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ୍ ହସ୍ପିଟାଲ, ସରକାରୀ ଡାକ୍ତରଖାନା, ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ । କେନ୍ଦ୍ରର ଆକଳନ ଅନୁସାରେ ଦୈନିକ ୧୦ ହଜାର ମାମଲା ଆସିଲେ, ୬୦୦ ବେଡ ଶିଶୁଙ୍କ ପାଇଁ ଦରକାର ପଡ଼ିବ । ତୃତୀୟ ଲହର ସମୟରେ ଶିଶୁଙ୍କ ପାଇଁ ୬୦୦ ବେଡ ଦରକାର ପଡ଼ିପାରେ । ଏହାସହ ଯଥେଷ୍ଟ ପରିମାଣରେ ମହଜୁଦ୍ ରହିଛି ଅକ୍ସିଜେନ । ଜିଲ୍ଲା ହସ୍ପିଟାଲ ମାନଙ୍କରେ ଏଲଏମଓ ପ୍ଲାଣ୍ଟ ଓ ଡିଏସଏ ପ୍ଲାଣ୍ଟ ଲଗାଯିବା କାମ ଚାଲିଛି । ତେଣୁ ସମ୍ଭାବ୍ୟ ତୃତୀୟ ଲହର ସମୟରେ ସେପରି କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.