ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଯୁବକ ଗଲେ ଜେଲ

0

ଖୋର୍ଦ୍ଧା ୫।୮: ଚତୁର୍ଥ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ।  ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।  ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡ଼ାଡିହ ସରକାରୀ ବିଦ୍ୟାଳୟରେ । ଏହା ଗତ ଦୁଇ ତାରିଖର ଘଟଣା ।

ସୂଚନାନୁସାରେ,ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ପାଖରେ ରହୁଥିବା ଜଣେ ଯୁବକ ଡ଼ାକିନେଇ ଚକୋଲେଟ ଖାଇବାକୁ ଦୁଇ ଟଙ୍କା ଦେଇଥିଲେ । ତାଙ୍କ ଡ୍ରେସ୍ ଖୋଲିବା ସମୟରେ ଛାତ୍ରୀ ଜଣଙ୍କ ପାଟି କରି ଖସି ପଳାଇ ଆସିଥିଲେ। ଘରକୁ ଆସି ମା’କୁ ସବୁକଥା କହିଥିଲେ । ସ୍କୁଲକୁ ଛାତ୍ରୀଙ୍କ ଅଭିଭାବକ ଆସି ଅଭିଯୋଗ କରିବା ପରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ପରେ ଅଭିଯୁକ୍ତକୁ ବାଘମାରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛିବୋଲି ସୂଚନା ମିଳିଛି,

Leave A Reply

Your email address will not be published.