ଇସ୍ରାଏଲ ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନି: ପ୍ରତିରକ୍ଷା ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନାହିଁ ବୋଲି ଆଜି ରାଜ୍ୟସଭାରେ ଲିଖିତ ଉତର ରଖିଛନ୍ତି । ପେଗାସସ ଗୋଇନ୍ଦାଗିରି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ । ରାଜ୍ୟସଭା ସଦସ୍ୟ ଭି.ଶିବଦାସନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ମନ୍ତ୍ରଣାଳୟ ଏହି ଉତର ରଖିଥିଲା ।

ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ କ୍ୟାବିନେଟ ସେକ୍ରେଟାରିଏଟ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତରେ ଏ ଭଳି ଗୋଇନ୍ଦାଗିରି ସମ୍ଭବ ନୁହେଁ ବୋଲି ପୂର୍ବରୁ କହିଥିଲେ ।

Leave A Reply

Your email address will not be published.