ଡ୍ରାଇଭର ହୋଇ ପ୍ରଭାସୀଙ୍କୁ ଆଣିଲେ ମନ୍ତୀ ସୁଶାନ୍ତ

0

ଭୁବନେଶ୍ୱର : ପ୍ରବାସୀ କଟକଣା ଲାଗୁହେବା ପରଠାରୁ କ୍ରମାଗତ ଭାବରେ ଜନସାଧାରଣଙ୍କର ଗହଣରେ ସବୁବେଳେ ଉପସ୍ଥିତ ରହୁଛନ୍ତି ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବନେତା ଶ୍ରୀ ସୁଶାନ୍ତ ସିଂ । ଏହି କଟକଣା ମଧ୍ୟରେ କେତେବେଳେ ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି ତ କେତେବେଳେ ନିଜେ ରନ୍ଧା ଖାଦ୍ୟ ବାଣ୍ଟି ଦେଇଛନ୍ତି, କେତେବେଳ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରତ୍ୟକ୍ଷ ଭାବରେ ନିଜର ତତ୍ୱବାଧାନରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାର ବ୍ୟବସ୍ଥା କରିଛନ୍ତି ତ ଆଉ କେତେବେଳେ ନିଜେ ଶ୍ରମିକ ମାନଙ୍କର ଡ୍ରାଇଭର ସାଜି ଶ୍ରମିକ ମାନଙ୍କୁ ଗନ୍ତବ୍ୟ ସ୍ଥଳ ଯାଏ ପହଞ୍ଚାଇଛନ୍ତି ।

ଆଜି ମଧ୍ୟ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୋହେଲା ରାସ୍ତାରେ । ମନ୍ତ୍ରୀ ଆଜି ନିଜେ ଏକ ବସରେ ମେଳଛାମୁଣ୍ଡା ଥାନା ଅଧିନସ୍ଥ ସାଲେପାଲି ଓ ପେଟୁପାଲି TMCରୁ କିଛି ପ୍ରବାସୀମାନଙ୍କୁ ନେଇ ସୋହେଲା ଠାରେ କରାଯାଇଥିବା କ୍ଵାରନଟାଇନ ସେଣ୍ଟରକୁ ନେଇ ଛାଡିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ମନ୍ତ୍ରୀ ସୋନପୁର, ବୌଦ୍ଧର କିଛି ଶ୍ରମିକ ମାନଙ୍କୁ ସୋହେଲାରୁ ଏକ ପିକଅପ ଭେନରେ ନିଜେ ଗାଡି ଚଳେଇ ସେମାନଙ୍କୁ ସେମାନଙ୍କ ଜିଲ୍ଲାରେ ଛାଡିଥିଲେ । ଦିନ ନାହିଁ କି ରାତି ନାହିଁ, ଖରା ନାହିଁ କି ବର୍ଷ ବି ନାହିଁ, ଯେଉଁ ପ୍ରକାରର ପରିସ୍ଥିତି ହେଉ ନା କାହିଁକି, ଅନ୍ୟମାନେ ଯେତେବେଳେ ଟିକିଏ ଟାଣି ମୋଡି ହୁଅନ୍ତି, ବିନା ଦ୍ବିଧାରେ ମନ୍ତ୍ରୀ ଶ୍ରୀ ସିଂ ପାଲଟି ଯାନ୍ତି ସାଧାରଣ କାର୍ମିଟିଏ । ପ୍ରତକ୍ଷ ଭାବରେ ଲୋକଙ୍କ ସେବା କରିବା କେବେ ପଛଘୁଞ୍ଚା ନାହାନ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଆଜି ମନ୍ତ୍ରୀଙ୍କର ସହିତ ସୋହେଲା ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ କର, ଥାନା ଅଧିକାରୀ ଶ୍ରୀ ନିର୍ମଳ ମହାପାତ୍ର, ଶ୍ରୀ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ମାନ୍ୟବର ମନ୍ତ୍ରୀ ଙ୍କର ସହିତ ଯାଇଥିଲେ । ଏଠାରେ ଗୋଟେ କଥା ସ୍ପଷ୍ଟ ଯେ ଦିନ ରାତି ନିଜର ଶାରୀରିକ ଅସୁସ୍ଥତା କୁ ଭୁଲିଯାଇ ଅହରହ ଭାବରେ ଲୋକଙ୍କ ମଝିରେ ରହି ଲୋକଙ୍କ ସେବାରେ ନିୟୋଜିତ ମନ୍ତ୍ରୀଙ୍କ ଆଜିର ଏହି ବସ ଚଲେଇବା ଘଟଣାକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.