ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ: ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା । ଆଜି ବିଜୟାଦଶମୀରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ ।

ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ଶ୍ରୀଜିଉମାନଙ୍କର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମ,  ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ ।

ଶ୍ରୀଜିଉମନାଙ୍କର ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅନ୍ୟତମ ।ଏହି ଦୁର୍ଲଭ ବେଶ ଦେଖିବାକୁ ପ୍ରତିବର୍ଷ ଏହି ଦିନ ଶ୍ରୀମନ୍ଦିରରେ ଭିଡ଼ ଜମେ । ଏବର୍ଷ କରୋନା କଟକଣା ଯୋଗୁ ମନ୍ଦିର ଭିତରକୁ ପ୍ରବେଶ ବନ୍ଦ ରହିଛି । ଫଳରେ ସୁନାବେଶ ଦର୍ଶନରୁ ବଞ୍ଚିତ ରହିବେ ହଜାର ହଜାର ଶ୍ରଦ୍ଧାଳୁ ।

Leave A Reply

Your email address will not be published.