କଣ ପାଇଁ ସଚିନ କହିଲେ ଏହି ୨ଜଣ ଖେଳାଳିଙ୍କ ସହ ନ ଖେଳିବା ଯୋଗୁ ମୋ ଆନ୍ତର୍ଜାତୀୟ କ୍ରିକେଟ ଅସମ୍ପୂର୍ଣ୍ଣ

0

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ୨ଟି ଖେଳାଳିଙ୍କ ସହ ଖେଳିବା ସୁଯୋଗ ନ ପାଇବା ଏହାକୁ ଅସମ୍ପୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି । ସଚିନ କହିଛନ୍ତି ମୁଁ ଖେଳ ଆରମ୍ଭ କରିବା ସମୟରେ ଭାରତର ସୁନୀଲ ଗାଭାସ୍କର ମୋର ବ୍ୟାଟିଂ ହୀରୋ ଥିଲେ । ତାଙ୍କ ସହ ଖେଳିବା ସୁଯୋଗ ନ ପାଇବା ନିଶ୍ଚିତ ଭାବେ ଦୁଃଖର କଥା । ଅବଶ୍ୟ ମୁଁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ଅବସର ନେଇ ସାରିଥିଲେ ।

ସେହିପରି ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ଭିଭିଆନ ରିଚାର୍ଡ୍ସଙ୍କ ବିପକ୍ଷରେ ଖେଳି ନ ପାରିବା ଏବେ ବି ମୋର କ୍ୟାରିୟରକୁ ଅସମ୍ପୂର୍ଣ୍ଣ କରିଛି । ରିଚାର୍ଡ୍ସ ୧୯୯୧ରେ ଅବସର ଘୋଷଣା କରିଥିଲେ ମଧ୍ୟ ସଚିନଙ୍କୁ ତାଙ୍କ ବିପକ୍ଷରେ ଖେଳିବା ସୁଯୋଗ ମିଳି ନ ଥିଲା । ୨୦୧୧ ବିଶ୍ୱକପରେ ଭାରତ ଚାମ୍ପିୟନ ହେବା ମୋ ଜୀବନର ସର୍ବଶ୍ରେଷ୍ଠ ଦିନ ବୋଲି ସଚିନ କହିଛନ୍ତି ।

Leave A Reply

Your email address will not be published.