ଭାଲୁ ଆକ୍ରମଣରେ ମହିଳା ଗୁରୁତର

0

ତେଲକୋଇ(୨୯/୦୮): ତେଲକୋଇ ବନାଞ୍ଚଳର ଦାମୋଦର ଗୌଣି ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ରହିଛି । ସଲେଇକେନା ପଞ୍ଚାୟତ ଦାମୋଦରଗୌଣି ଗାଁ ଦଣ୍ଡାହୋଳି ସାହିର ଦୁଖିନି ନାୟକ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଆଜି ଦୁଖିନି ଜମିକୁ ଧାନ ରୁଆ କାମପାଇଁ ଯାଇଥିଲେ। ଜମିରେ ଧାନ ରୁଆ କାମ କରୁଥିବା ବେଳେ ହଠାତ ଜଙ୍ଗଲରୁ ଭାଲୁ ଚାଲିଆସି ଆକ୍ରମଣ କରିଥିଲା । ଭାଲୁର ଆକ୍ରମଣରେ ଦୁଖିନି ଚିତ୍କାର କରିଥିଲେ । ଚିତ୍କାର ଶୁଣି ପାଖ ଜମିରେ କାମ କରୁଥିବା ଅନ୍ୟ ଲୋକମାନେ ଦୌଡ଼ି ଆସି ଭାଲୁକୁ ଘଉଡାଇଥିଲେ ଏବଂ ଭାଲୁ କବଳରୁ ଦୁଖିନିକୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.