ଗାଧୋଉଥିବା ବେଳେ ବନ୍ୟା ପାଣିରେ ଭାସିଯାଇ ଯୁବକ ମୃତ

0

ପଟ୍ଟାମୁଣ୍ଡାଇ(୨୯/୦୮):  ବନ୍ୟା ପାଣିରେ ଭାସି ଯାଇ ଚାଲିଗଲା ଅମୂଲ୍ୟ ଜୀବନ । ବନ୍ୟା ପାଣିରେ ଗାଧୋଉଥିବା ସମୟରେ ସୁଅରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଉଛନ୍ତି ବାଲିପଡା ଅଞ୍ଚଳର ସୌମ୍ୟ ରଞ୍ଜନ ସାହୁ । ସୌମ୍ୟ ସାଙ୍ଗମାନଙ୍କ ସହିତ ପାଣିରେ ଗାଧୋଉଥିବା ବେଳେ ସୁଅରେ ଭାସି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ମେଡିକାଲ ଓ ପରେ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.