କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ; ଜଣେ ଗୁରୁତର

0

କରଞ୍ଜିଆ: କରଞ୍ଜିଆର ଏକ ଗାଁ ଭିତରେ ପଶିଛନ୍ତି ୯ଟିକିଆ ଝାଡ଼ଖଣ୍ଡି ହାତୀପଲ। ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା। ଗୁରୁତର ଜଣକ ହେଉଛନ୍ତି ଦୁଧିଆଣି ରେଞ୍ଜ କିଆ ଗାଁର ଦୁର୍ବାସା ମହାନ୍ତ।

 

ସୂଚନାନୁସାରେ, କିଛି ଦିନ ହେବ ୯ଟିକିଆ ଝାଡଖଣ୍ଡି ହାତୀପଲ ଏହି ଗାଁରେ ଉପଦ୍ରବ କରୁଛନ୍ତି। ଗତକାଲି ରାତିରେ ହାତୀପଲ ଗାଁ ଭିତରକୁ ପଶି ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ଦୁର୍ବାସା। ହାତୀ ଆକ୍ରମଣରେ ଦୁର୍ବାସା ଗୁରୁତର ହୋଇଥିବା ବେଳେ ତାଙ୍କ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.