ପୋଲିସ୍ ଏନକାଉଣ୍ଟରରେ ୨ ନକ୍ସଲ ନିହତ, ବିପୁଳ ବିସ୍ଫୋରକ ଜବତ

0

ମାଲକାନଗିରି: ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ସଶସ୍ତ୍ର ନକ୍ସଲ ପ୍ରାଣ ହରାଇଛନ୍ତି । ମୃତ ଦୁଇ ହାର୍ଡକୋର ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ଜଣା ପଡ଼ିଛି । ଗତ କିଛିଦିନ ତଳେ ନକ୍ସଲ ମାନେ ପୋମକେ ଗାଟ୍ଟା ପୋଲିସ କ୍ୟାମ୍ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଗଡ଼ଚିରୋଲି ପୋଲିସର ସି-୬୦ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଥିଲା ।

 

ବୁଧବାର ଛତିଶଗଡ଼କୁ ଲାଗିଥିବା କାମଖେଡା ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଗଡ଼ଚିରୋଲି ପୋଲିସର ସି-୬୦ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ବେଳେ ଦୁଇ ନକ୍ସଲ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ଯବାନ ବନ୍ଧୁକ ସହ ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ଗଡ଼ଚିରୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.