ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ମୂଲ୍ୟାୟନ ଫର୍ମୂଲା କହିଲା CHSE

0

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତାସହ ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛି ସିଏଚଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ବିକଳ୍ପ ମୂଲ୍ୟାୟନ ହେବ ସେବାବଦରେ ସୂଚନା ଜାରି ହୋଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବୋର୍ଡର ଥିଓରୀ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ।

ସେହିପରି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ଥିଏରୀ ପେପରେ ସେମାନେ ପୂର୍ବରୁ ଦେଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଦର୍ଶନ ଆଧାରରେ ମାର୍କ ମିଳିବ । ବିକଳ୍ପ ମୂଲ୍ୟାୟନ ପରେ ଫଳାଫଳରେ ଅସନ୍ତୋଷ ଛାତ୍ରଛାତ୍ରୀ ପରେ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ । ସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ କରାଯାଇଛି । କେମିତି ହେବ ମୂଲ୍ୟାୟନ ସେନେଇ ବିଚାରବିମର୍ଶ ଚାଲିଥିଲା । ବିଶେଷଜ୍ଞ କମିଟି ସହ ବିଚାରବିମର୍ଶ ପରେ ବିକଳ୍ପ ମୂଲ୍ୟାୟନ ନେଇ ସୂଚନା ଦେଇଛନ୍ତି ସିଏଚଏସଇ କର୍ତ୍ତୃପକ୍ଷ ।

Leave A Reply

Your email address will not be published.