ଦୋଳପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ : ଆସନ୍ତାକାଲି ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ସୁନାବେଶ। ସେଥିପାଇଁ ସଜେଇ ହୋଇଛି ଦୋଳବେଦୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ମଣି ବିମାନରେ ବସି ଦୋଳଵେଦୀକୁ ଆସିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ।

ଆଜି ସନ୍ଧ୍ୟାରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ସମ୍ପନ୍ନ ହୋଇଛି । ମାରୱାଡି ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ଆଜି ସକାଳୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇ ହୋଲିକା ରାକ୍ଷାସୀକୁ ଦହନ କରାଯାଇଛି । ମହାପ୍ରଭୁଙ୍କର ଏହି ନୀତିକୁ ମେଣ୍ଢାପୋଡି ନୀତି ନାମରେ ନାମିତ କରାଯାଇଛି ।

ଆସନ୍ତାକାଲି ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ନୀତି ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ଦୋଳପୂର୍ଣ୍ଣିମା ଅବସରରେ  ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ  ବିଜେ କରିବେ  । ପରେ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ  ଓ ଅବିରରେ ହୋଲି  ଖେଳିବେ ।  ସକାଳୁ ସକାଳୁ ରତ୍ନ ସିଂହାସନ ଉପରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

ଆସନ୍ତାକାଲି ଦୋଳପୂର୍ଣ୍ଣିମା ନୀତି  ସକାଳ ୮ ଟାରେ ଶ୍ରୀମନ୍ଦିର ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବା ପରେ ୮ ରୁ ୯.୩୦  ମଧ୍ୟରେ ସୁନାବେଶ ସମ୍ପନ୍ନ କରାଯିବ।  ସକାଳ ୧୦ ଟାରେ ବିମାନକୁ ଦିଅଁ ବିଜେକରି ଦୋଳବେଦୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଦୋଳପୂର୍ଣ୍ଣମୀ ପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତିକୁ ଶୃଙ୍ଖଳିତ କରି ଭକ୍ତଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Leave A Reply

Your email address will not be published.