ଜିନ୍ସ ବଟନ୍‌ରେ କଳାକୃତିି: ଦେଖିଲେ ଯେ କେହି ହେବେ ଆଶ୍ଚର୍ଯ୍ୟ

0

ତୁର୍କି: ଜଣେ କଳାକାରଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ଭିନ୍ନ । ବିଶେଷକରି କୌଣସି ବ୍ୟକ୍ତିଙ୍କ ସୃଜନଶୀଳତାର ପରିଧି ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ନୁହେଁ । ହୁଏତ ଆପଣ ଅନେକ କଳାକାରଙ୍କ କଳାକୃତି ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଯେଉଁ କଳାକାରଙ୍କ କଳାକୃତି ସମ୍ପର୍କରେ କହିବାକୁ ଯାଉଛୁ, ତାହା ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଜଣେ କଳାକାର ଜିନ୍‌ସ ବଟନ୍‌ରେ ବିଭିନ୍ନ କଳାକୃତି ତିଆରି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ସେହି କଳାକାରଙ୍କ ଚିନ୍ତାଧାରା ଓ ଦକ୍ଷତାକୁ ଖୁବ ପ୍ରଶଂସା ମିଳୁଛି ।

ଏହି କଳାକାର ଜଣକ ହେଉଛନ୍ତି ତୁର୍କିର ଡେନିଜ୍ ସାଦିଚ୍ । ଡ଼େନିଜ ବିଭିନ୍ନ ବ୍ୟବହାର ପରେ ଫିଙ୍ଗି ଦେଉଥିବା ଜିନିଷରେ ସେ ତିଆରି କରିନ୍ତି କଳାକୃତି । ଏତେ ସୁନ୍ଦର ଆକୃତି ତିଆରି କରନ୍ତି ଯେ ଦର୍ଶକ ବିଶ୍ୱାସ କରିପାରନ୍ତି ନାହିଁ । ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି, ଡ଼େନିଜ୍ ଜିନ୍ସ ବଟନରେ ଜଣେ ଯୁବତୀଙ୍କ ତିତ୍ର ଆଙ୍କିଛନ୍ତି । ଦୂରରୁ ଏହା ଏକ ସାଧାରଣ ଚିତ୍ର ପରି ଦେଖାଯାଏ, ତାହା କେବଳ କାଗଜରେ ଚିତ୍ର ଅଙ୍କା ଯାଇଥିବା ମନକୁ ଆସେ । କିନ୍ତୁ ଏହାକୁ ପାଖରେ ଦେଖିଲେ କିଛି ଜଙ୍କ୍ ଆଇଟମ୍ ରିସାଇକ୍ଲିଂ କରି କଳା ତିଆରି କରାଯାଇଥିବା ଜଣାଯାଉଛିି । ବାସ୍ତବରେ ତାହା ପୁରୁଣା ଜିନ୍ସ ବଟନ୍‌, ପୁରୁଣା ତାର ଓ ଔଷଧ ଉପରେ ପ୍ରସ୍ତୁତ କରାଯାଇଥିବା ଜଣେ ମହିଳାଙ୍କ ଚେହେରାର ଏହା ହେଉଛି କଳାକୃତି । ଏହି ଭିଡ଼ିଓ ଦେଖିବା ପରେ ଡ଼େନିଜ୍‌ଙ୍କ ଦକ୍ଷତାକୁ ସବୁଆଡ଼ୁ ବେଶ୍ ପ୍ରଶଂସା ମିଳୁଛି ।

Leave A Reply

Your email address will not be published.