ପ୍ୟାରିସ ସମ୍ମିଳନୀରେ କାନ୍ଦିଲେ ଶାହବାଜ ସରିଫ: କହିଲେ-‘ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଆମକୁ ଖାଇବା ପାଇଁ ମଧ୍ୟ ଲୋନ୍ ଦିଆଯାଉ ନାହିଁ’

0

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଏପରି ହୋଇଯାଇଛି ଯେ, ପ୍ୟାରିସ ସମ୍ମିଳନୀରେ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଋଣ ପାଇଁ ଦେଶମାନଙ୍କୁ ଅପିଲ୍ କରିଛନ୍ତି । ପାକିସ୍ତାନରେ ୨୦୨୨ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପରେ ପାକିସ୍ତାନକୁ ମିଳୁ ନଥିବା ଋଣକୁ ନେଇ ଦେଶ ମାନଙ୍କର ନିନ୍ଦା କରିବା ଆରମ୍ଭ କରି ଦେଇଛି ।

ପାକିସ୍ତାନ ଲଗାତାର ବିଶ୍ୱର ଅନେକ ଏବଂ ଅନୁଷ୍ଠାନ ମାନଙ୍କରୁ ଋଣ ମାଗୁଥିବା ବେଳେ ପାକିସ୍ତାନର ଆବେଦନ ଉପରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପ୍ରତିକ୍ରିୟାକୁ ନିନ୍ଦା କରି ଶେହବାଜ ସରିଫ କହିଛନ୍ତି ଯେ ପାକିସ୍ତାନକୁ ଯେଉଁ ଋଣ ଦିଆଯିବାକୁ କୁହାଯାଇଥିଲା ତାହା ଦିଆଗଲାନାହିଁ କିନ୍ତୁ ଅନ୍ୟପଟେ ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

ନିକଟରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି ଏବଂ ପାକିସ୍ତାନ ଉପରେ ଡିଫଲ୍ଟ ହେବାର ଆଶଙ୍କା ଅଛି। ତେଣୁ ପାକିସ୍ତାନ ଲଗାତାର ବିଭିନ୍ନ ଦେଶ ଏବଂ ଫୋରମ୍ ରୁ ଋଣ ଖୋଜୁଛି। ତେବେ କୌଣସି ଦେଶ ଏପର୍ଯ୍ୟନ୍ତ ପାକିସ୍ତାନକୁ ଋଣ ଦେବାକୁ ରାଜି ହୋଇନାହାଁନ୍ତି।

ତେବେ ପ୍ୟାରିସ ସମ୍ମିଳନୀରେ ଶାହବାଜ ସରିଫ ଯାହା କହିଛନ୍ତି, କୁହାଯାଉଛି ଯେ, ସେ ତାହା ୟୁକ୍ରେନ ଯୁଦ୍ଧକୁ ଲାକ୍ଷାକରି କହିଛନ୍ତି। ଯେଉଁଠି ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କରୁ କୋଟି କୋଟି ଟଙ୍କା ସହାୟତା ୟୁକ୍ରେନ ଗ୍ରହଣ କରୁଛି। ଶାହବାଜ ଏହା ମଧ୍ୟ କହିଥିଲେ ଯଦି ଯୁଦ୍ଧ ଲଢ଼ିବା ପାଇଁ ଋଣ ଦିଆଯାଉଛି, ତେବେ ଖାଦ୍ୟ ଅଭାବରେ ପୀଡିତ ପାକିସ୍ତାନକୁ କାହିଁକି ଋଣ ଦିଆଯାଉ ନାହିଁ।

Leave A Reply

Your email address will not be published.