ଆସନ୍ତା ୩ ଘଣ୍ଟା ମଧ୍ୟରେ ୫ ଜିଲ୍ଲାକୁ ରହିଛି ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

0

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ଟୁଇନ ସିଟି ସମେତ ୫ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ୨.୪୫ ସୁଦ୍ଧା ଟୁଇନ ସିଟି କଟକ, ଭୁବନେଶ୍ୱର ସମେତ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡରେ ପରବର୍ତ୍ତୀ ୨ରୁ ୩ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ସମେତ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ପାଗକୁ ଦେଖି ଘରୁ ବାହାରିବା ପାଇଁ ଏହି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଘଡଘଡି ମାରିଲେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଇତିମଧ୍ୟରେ ମୌସୁମୀ ସାରା ରାଜ୍ୟକୁ ଛୁଇଁ ଗଲାଣି । ତେଣୁ କଟକ, ଜାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଶନିବାର ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେଣ୍ଟିମିଟର) ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ଏହି ସବୁ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରିକରିଛି ବିଭାଗ ।

ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଅନଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେଣ୍ଟିମିଟ) ସମ୍ଭାବନା ରହିଛି ।

Leave A Reply

Your email address will not be published.