ଖୁବ୍ ଶୀଘ୍ର ନୂଆ ରୂପରେ ଦର୍ଶକ ସାମ୍ନାକୁ ଆସୁଛନ୍ତି ଅଭିନେତା ବିକି କୌଶଲ
ମୁମ୍ବାଇ: ବିକି କୌଶଲ ତାଙ୍କ ପରବର୍ତ୍ତୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଯୋଦ୍ଧା ‘ଶ୍ୟାମ୍ ମାନେକ୍ସାଙ୍କ’ ଉପରେ ଆଧାରିତ। ଏକ ଚଳଚ୍ଚିତ୍ରର ଟାଇଟେଲ୍ ‘ଶ୍ୟାମ୍ ବାହାଦୁର’ ରଖାଯାଇଛି। ଶ୍ୟାମ୍ ମାନେକ୍ସାଙ୍କ ଜନ୍ମ ବାର୍ଷିକୀରେ ଫିଲ୍ମର ଟାଇଟଲ୍ ଉନ୍ମୋଚିତ ହୋଇଥିଲା। ଭିକି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହାର ନିର୍ଦ୍ଦେଶନା ଦେବେ ମେଘନା ଗୁଲଜାର।
ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ବିକି ଲେଖିଛନ୍ତି, “ସେହି ବ୍ୟକ୍ତି। କିମ୍ବଦନ୍ତରୀ ସାହସୀ ପୁରୁଷ। ଆମର ଶ୍ୟମ୍ ବାହାଦୂର।
ଏହି ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା କରି ବିକି କୌଶଲ କହିଛନ୍ତି, “ମୁଁ ମୋର ପିତାମାତାଙ୍କ ଠାରୁ ଶ୍ୟାମ୍ ବାହାଦୁରଙ୍କ ବିଷୟରେ କାହାଣୀ ଶୁଣିଥିଲି। ସେ ଜଣେ ଯୋଦ୍ଧା ତଥା ଦେଶପ୍ରେମୀ ଯିଏକି ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛନ୍ତି।