ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

0

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି ।

 

ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ସାଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଝୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

 

ସେପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଜଣଙ୍କ ପରେ ଜଣେ ଯାଇ ନାମାଙ୍କନ ଭରିଛନ୍ତି । ଆଜି ନାମାଙ୍କନ ଦାଖଲ ହେବା ପରେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ପ୍ରଚାର ମଇଦାନ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ।

Leave A Reply

Your email address will not be published.