ବ୍ରେକ ଫେଲରୁ ଦୁର୍ଘଟଣା, ଜଣେ ମୃତ

0

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ତୁରୁବୁଡି ପଂଚାୟତର କଣ୍ଟାଖାଳି ଗ୍ରାମ ନିକଟସ୍ଥ ବିଦ୍ୟାଧର ପୁର ବାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୂଆଗଡରୁ କୂରେଇଶୁଣି ମାଙ୍କ ଦର୍ଶନ ସାରି ଫେରିବା ସମୟରେ ଗାଡିଟି ବ୍ରେକ ଫେଲ ଓ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏଥିରେ ଟିକରପଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ଧର୍ମ ପତ୍ନୀ ପଙ୍କଜ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଗାଡ଼ିର ଡ୍ରାଇଭର ଖରିଆଗୁଡ଼ା ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ବେଳେ କେଶ୍ ନଂ ୨୪୩ ରେ ଏକ ମାମଲା ରୁଜୁ କରି ମୁତ ବ୍ୟକ୍ତିଙ୍କୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ସ୍ତାନାନ୍ତରୀତ କରାଯାଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ଗୁରୁତର ଆହତ ମାନଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.