ଦୁର୍ଘଟଣାରେ ସାଂସଦଙ୍କ ପୁଅ ସହ ତିନି ମୃତ

0

କେନାଲ୍ କୁ ଖସିଲା କାର୍। ଫଳରେ ୩ ଜଣଙ୍କ ମୃତ୍ୟୁ। କଟକ ସଦର ଥାନା ଜାତୀୟ ରାଜପଥ ର ତେଲେଙ୍ଗାପୀଠ ଦୟାଲ ହୋଟେଲ ସମ୍ମୁଖରେ ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ବଡ଼ ଦୁର୍ଘଟଣା। ଆଉ ଦୁର୍ଘଟଣାରେ ତିନି ଜଣଙ୍କ ପ୍ରାଣ ଯାଇଛି। ସୁଚନା ଅନୁଯାୟୀ ରାଉରକେଲା ର OD 14C-0007 ନମ୍ବର ବିହୀନ ଏକ ଜାଗୁଆର୍ କାର୍ ଦ୍ରୁତ ଗତିରେ କଟକରୁ ଭୁବନେଶ୍ୱର ଆଡକୁ ଯାଇଥିଲା। ସେହି ସମୟରେ ପ୍ରଥମେ ରାସ୍ତା କଡରେ ଥିବା ଡିଭାଇଡର କୁ ପିଟିବା ପରେ ଭାରସାମ୍ୟ ହରାଇ ନିକଟରେ ଥିବା ସବ୍ କେନାଲ୍ ଭିତରକୁ ଖସି ପଡିଥିଲା।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଦର ଥାନା ପେଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ ବିଭାଗ ସହାୟତାରେ ଗାଡ଼ିଟିକୁ ଉଦ୍ଧାର କରିଥିଲେ।

ଗାଡ଼ିରେ ଥିବା ତିନିଜଣ ଯୁବକ କୁ ତୁରନ୍ତ ଏସସିବି ମେଡିକାଲ ଜରୁରୀକାଳୀନ ଚିକିତ୍ସା ବିଭାଗକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ମଧ୍ୟରେ କଂଗ୍ରେସ ର ପୂର୍ବତନ ସାସଂଦ ଅମରନାଥ ପ୍ରଧାନ ଙ୍କ ପୁଅ ଅଙ୍କୁର ପ୍ରଧାନ ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାର୍ ଟି ଯେଉଁଭଳି ଅବସ୍ଥାରେ ପଡିରହିଛି ତାହା ସମସ୍ତେ ହତବାକ୍ ହୋଇଯାଇଛନ୍ତି। କାର୍ ଟି ରାଉରକେଲା ର ବୋଲି ଜଣା ପଡିଥିବା ବେଳେ ଦୁର୍ଘଟଣା ଟି କିପରି ଘଟିଲା ସେ ନେଇ ସଦର ଥାନା ଅଧିକାରୀ ସୁଧାଂଶୁ ଜେନା ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.