ଘନଉଛି କୋଇଲା ସଙ୍କଟ, ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଙ୍କଟ । କୋଇଲା ସଙ୍କଟ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ରାଜ୍ୟ ଗୁଡିକରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ମହଜୁଦ ଅଛି । ଯଦି ସମସ୍ୟାର ସମାଧାନ ନ ହୁଏ ଉତ୍ତର ଭାରତ ଅନ୍ଧାର ହୋଇଯିବ । କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସେତୈନ୍ଦ୍ର ଜୈନ୍ ।

 

ଆବଶ୍ୟକ କୋଇଲା ନ ମିଳିଲେ ପୁରା ଦିଲ୍ଲୀ ଅନ୍ଧକାର ହୋଇଯିବ । ଯେଉଁ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍ ଯୋଗାଣ ହୋଇଥାଏ, ସେଠାରେ ଅତିକମ୍‌ରେ ମାସକ ପାଇଁ କୋଇଲା ମହଜୁଦ ରହିବା କଥା । ମାତ୍ର ଏବେ ଗୋଟିଏ ଦିନ ପାଇଁ କୋଇଲା ମହଜୁଦ୍ ରହିଛି । ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । ସେପଟେ ରାଜ୍ୟ ଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶରେ ବିଦ୍ୟୁତ୍ ସଙ୍କଟ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏଭଳି ଯୁକ୍ତିକୁ ନାପସନ୍ଦ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଏ ଦିଗରେ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.