କୋଭିଡ୍‌-୧୯ ମଧୁମେହ ରୋଗର ଏକ ନୂଆ ତରଙ୍ଗ ଆଣିପାରେ; ରିପୋର୍ଟ

0

ନ୍ୟୁୟର୍କ: ମଧୁମେହ ରୋଗ ବା ମଧୁମେହ ରୋଗରେ ପୀଡ଼ିତ ରୋଗୀଙ୍କ ଲାଗି କରୋନା ବେଶି ମାରାତ୍ମକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ରୋଗୀମାନେ କରୋନା ସଂକ୍ରମିତ ହେଲେ ପୁଣି ଥରେ ଆରୋଗ୍ୟ ଲାଭ କରିବା ଅତ୍ୟନ୍ତ କଷ୍ଟକର। ମଧୁମେହ ରୋଗୀଙ୍କଠାରେ କରୋନାର ବିପଦ ଅଧିକ ରହିଛି।

ବୋଷ୍ଟନ୍ ଶିଶୁ ହସ୍ପିଟାଲ୍‌ ଅନୁସନ୍ଧାନକାରୀମାନେ ମାର୍ଚ୍ଚରୁ ମେ ୨୦୨୦ ପର୍ଯ୍ୟନ୍ତ ଇଟାଲୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫୫୧ ଜଣଙ୍କ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା।

ଏମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ମଧୁମେହର ଶିକାର ହୋଇନଥିବା ରୋଗୀ ନୂତନ ହାଇପରଗ୍ଲାଇସେମିଆରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରୁ ଅଧିକାଂଶ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ସେଥିରୁ ୩୫ ପ୍ରତିଶତଙ୍କଠାରେ ଏହି ସଂକ୍ରମଣ ପ୍ରାୟ ଛଅ ମାସ ରହିଥିଲା ବୋଲି ଅଧ୍ୟୟନର ମୁଖ୍ୟ ପାଓଲୋ ଫିରିନା କହିଛନ୍ତି।

ଏହି ତଥ୍ୟ ଜର୍ଣ୍ଣାଲ୍‌ ନେଚର୍‌ ମେଟାବୋଲିଜିମ୍‌ରେ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ ହାଇପରଗ୍ଲାଇସେମିକ୍ ରୋଗୀମାନଙ୍କର ହରମୋନ୍ ସ୍ତର ଅସ୍ୱାଭାବିକ ରହିଛି।

Leave A Reply

Your email address will not be published.