ଡାଇନୋସରଙ୍କୁ ବି ଥଣ୍ଡା, କାଶ ହେଉଥିଲା !

0

ନୂଆଦିଲ୍ଲୀ: ବିଲୁପ୍ତ ପ୍ରାଣୀ ଡାଇନୋସର ନେଇ ବିଭିନ୍ନ ତଥ୍ୟ ଗବେଷକମାନେ ପ୍ରଦାନ କରିବାରେ ଲାଗିଛନ୍ତି । ପୂର୍ବରୁ ଜୀବାଶ୍ମରୁ ହାଡଜନିତ ସମସ୍ୟା ଏବଂ କର୍କଟ ରୋଗ ହେଉଥିବା ଜଣାପଡିଥିଲା । ସାଇଟିଂଫିକ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଡଲି ନାମକ ଡାଇନୋସର ଥଣ୍ଡାରେ ସଂକ୍ରମିତ ହୋଇଥିଲା । ଥଣ୍ଡା, କାଶ ଏବଂ କଫରେ ସଂକ୍ରମିତ ହୋଇ ସେ ମରିଥିଲା । ୧୫ କୋଟି ବର୍ଷ ତଳର ସାରୋପୋଡସ ଜାତୀୟ ଏହି ଡାଇନୋସେର ୧୮ ମିଟର ଲମ୍ବା ଥିଲା ।

 

୧୫ ବର୍ଷ ବୟସରେ ଡଲି ଫଙ୍ଗଲ ସଂକ୍ରମଣରେ ମୃତ୍ୟୁବରଣ କରିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଡଲି ଦୁର୍ବଳ ହୋଇପଡିବା ଯୋଗୁ ମରିଥିଲା କିମ୍ବା ଅନ୍ୟ ଡାଇନୋସରର ଶୀକାର ହୋଇଥିଲା ତାହା ଜଣାପଡି ନାହିଁ ।

Leave A Reply

Your email address will not be published.