ସହାୟତା ଅପେକ୍ଷାରେ ଦିଉଡୁ

0

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରି ଅଂଚଳରେ ବିକ୍ରି କରିଲେ ଘର ଚଳେ ।ଦୀର୍ଘ ଦୁଇବର୍ଷ ତଳେ ଡିଉଦିଙ୍କ ମେରୁଦଣ୍ଡ ଛୋଟିଆ ମାଂସ ପିଣ୍ଡୁଳାଟିଏ ବାହାରିଲା । କଷ୍ଟ ହେବା ସହିତ ଏହାର ଆକାର ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଅଭାବ ଅନାଟନ ସତ୍ଵେ ପୁଅର ଚିକିତ୍ସା ପାଇଁ ମାଆ ଗାଁ ଲୋକଙ୍କଠାରୁ ଧାର କରଜ କରି ରାୟଗଡା ଜିଲ୍ଲା ଚିକିତ୍ସାଳୟ , କୋରାପୁଟ ଓ ବ୍ରହ୍ମପୁର ବଡ ଡାକ୍ତରଖାନା ସହ ଭୁବନେଶ୍ୱର ସ୍ଥିତ ଏମ୍ସକୁ ମଧ୍ୟ ନେଇଥିଲେ । କିନ୍ତୁ ତାଙ୍କୁ ତୁରନ୍ତ ଚିକିତ୍ସା କରା ନଯାଇ ଏକ ମାସର ଆସିବାକୁ କହିବାରୁ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ବର୍ତ୍ତମାନ ଅସହ୍ୟ ଯନ୍ତ୍ରଣାରେ ଦିଉଡୁ ମାଝୀ ଖଟରେ ପଡି ମରଣ ସହ ସଂଘର୍ଷ କରୁଛି ।

ଏପଟେ ଦିଉଡୁ ସରକାରଙ୍କ ସହାୟତାକୁ ଅପେକ୍ଷା କରି ଭଗବାନଙ୍କ ଉପରେ ଭରସା କରିଛନ୍ତି । ଏନେଇ ଏକ ଡାକ୍ତରୀ ଟିମକୁ ବଡ଼ ପୁକେଲ ଗାଁକୁ ଦିଉଡୁ ମାଝୀର ସ୍ୱାସ୍ଥ୍ୟ ଅବସ୍ଥା ପରିଖିବା ପାଇଁ  ପଠାଯାଇଛି , ରିପୋର୍ଟ ମିଳିବାପରେ  ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ସହିତ ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯିବ  ।

Leave A Reply

Your email address will not be published.