ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା

0

କେନ୍ଦୁଝର: ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l

 

ଏହି କାର୍ଯ୍ୟକ୍ରମ କ୍ରମ ରେ ନୂତନ ଭାବେ ମହାବିଦ୍ୟାଳୟ କୁ ପ୍ରବେଶ କରିଥିବା ବିଦ୍ୟାର୍ଥୀ ଙ୍କୁ ଅନେକ ପ୍ରକାର ମୌଳିକ ଶିକ୍ଷା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ଯୋଗ ଦେବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର ବିଦ୍ୟାର୍ଥୀ ମାନେ ମଧ୍ୟ ଯୋଗଦେଇ ଅନେକ ବିଷୟରେ ଜାଣିବାକୁ ପାଇଥିଲେ l ପ୍ରଥମ ସତ୍ର ରେ ହରିଚନ୍ଦନପୁର ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ସତ୍ୟପ୍ରିୟ ଦାଶ ମହୋଦୟ ବିଦ୍ୟାର୍ଥୀ ମାନଙ୍କୁ କ୍ୟାରିଅର କାଉଁସେଲିଙ୍ଗ ଉପରେ ବିଷୟ ରଖିଥିଲେ ଦ୍ୱିତୀୟ ସତ୍ର ରେ ଡ଼ିଡ଼ି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ସୁଜିତ କୁମାର ସାହୁ ଯୋଗ ଦେଇ ସମୟ ପରିଚାଳନା ଓ ସାମାଜିକ ଗଣମାଧ୍ୟମ ଉପରେ ବିଷୟରେ ରଖିଥିଲେ, ସେହିପରି ସେହିପରି 3ୟ ସତ୍ର ରେ ତୁରୁମୁଙ୍ଗା ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ପ୍ରସନ କୁମାର ପତି ସାର ଯୋଗ ଦେଇ ଭାରତୀୟ ସଂସ୍କାର ର ମୂଲ୍ୟବୋଧ ଉପରେ ବିଷୟ ରଖିଥିଲେ ଶେଷରେ ଏବିଭିପି ର ମୟୁରଭଞ୍ଜ ବିଭାଗ ସହ ପ୍ରମୁଖ ସତ୍ୟପ୍ରିୟ ଦାଶ ଓ ନଗର ସଂଗଠନ ସମ୍ପାଦକ ସମ୍ବିତ ରାଉତ ଧନ୍ୟବାଦ ଅର୍ପଣ କରିବା ସହ ଆଗକୁ ବିଦ୍ୟାର୍ଥୀ ମାନେ ସଂଗଠନ ସହ ଯୋଡି ହୋଇ ବିଭିନ୍ନ ସାମାଜିକ ଓ ରଚନାତ୍ମକ କାର୍ଯ୍ୟକ୍ରମ ରେ ଭଗନେବା ପାଇଁ ଆୱାନ କରିଥିଲେ।

 

ଏହି କାର୍ଯ୍ୟକ୍ରମ ରେ ନଗର ସହ ସମ୍ପାଦକ ଜ୍ୟୋତି ନାଥ, ଡ଼ିଡ଼ି ମହାବିଦ୍ୟାଳୟ ର ଛାତ୍ରୀ ନେତ୍ରୀ ଶ୍ୱେତପଦ୍ମା ପଟନାୟକ ଓ ନଗର କାର୍ଯ୍ୟକାରିଣୀ ସଦସ୍ୟ ସୋମ୍ୟ ରଞ୍ଜନ ସ୍ୱାଇଁ ଓ ଦିବ୍ୟଲୋଚନ ରଣା ଉପସ୍ଥିତ ଥିଲେ l

Leave A Reply

Your email address will not be published.