ଆର୍ଟ ଅଫ୍‍ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର

0

ଭୁବନେଶ୍ବର : ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜାରି ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରୁଛି ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ । ଚଳିତ ବର୍ଷ ୧୫ଟି ଦେଶରୁ ୨୮ଟି କାର୍ଯ୍ୟକ୍ରମ ମଧ୍ୟରୁ ୮ଟି ଦେଶର ୧୦ଟି ବିଶ୍ବବିଦ୍ୟାଳୟକୁ ମୋନୋନୀତ କରିଛି ମାକ୍‍ଜନତ୍‍ ଫାଉଣ୍ଡେସନ୍‍ । ସେଥି ମଧ୍ୟରୁ ଭାରତର ‘ଆର୍ଟ୍ ଅଫ୍‍ ଗିଭିଂ’ ସମଗ୍ର ବିଶ୍ବରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ।

 

ଦକ୍ଷିଣ ଆଫ୍ରିକାର ରୋଡେସ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ, ଇଂଲଣ୍ଡର ୟୁନିଭର୍ସିଟି ଅଫ୍‍ ମାଞ୍ଚେଷ୍ଟର ତୃତୀୟ ସ୍ଥାନରେ ରହିଛି । ପୁରସ୍କାର ବାବଦକୁ ୫ହଜାର ଆମେରିକାନ୍‍ ଡଲାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଅଚ୍ୟୁତ୍ ସାମନ୍ତଙ୍କ ଅନୁରୋଧ କ୍ରମେ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଏହି ରାଶି କିସ୍‍ ଫାଉଣ୍ଡେସନ୍‍କୁ ପ୍ରଦାନ କରାଯାଇଛି । ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମ ସମାଜର ବିଭିନ୍ନ କଲ୍ୟାଣମୂଳକ, ଗଠନମୂଳକ ଓ ସଂସ୍କାର ମୂଳକ କାର୍ଯ୍ୟ କରିଆସୁଛି । ଏହି ପୁରସ୍କାର ମିଳିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

Leave A Reply

Your email address will not be published.