ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ ଶାହାରୁଖଙ୍କୁ ଟାର୍ଗେଟ କଲେ କଙ୍ଗନା

0

ମୁମ୍ବାଇ: ଡ୍ରଗ୍ସ ପାର୍ଟି କେସ ନେଇ ଆଜି ପୁନର୍ବାର ଶାହାରୁଖ ଖାଁଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ କୁଇନ କଙ୍ଗନା ରାନାୱତ । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏହି ଘଟଣାରେ ଗିରଫ ହୋଇଛି । ଜ୍ୟାକି ଚ୍ୟାନଙ୍କ ଉଦାହରଣ ଦେଇ କଙ୍ଗନା କହିଛନ୍ତି ୨୦୧୪ରେ ସେ ତାଙ୍କ ପୁଅର ଭୁଲ ନେଇ କ୍ଷମା ମାଗିଥିଲେ । ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ଜ୍ୟାକିଙ୍କ ପୁଅ ଗିରଫ ହେବା ପରେ ସେ କହିଥିଲେ, ମୁଁ ମୋ ପୁତ୍ରର କାର୍ଯ୍ୟକଳାପ ନେଇ ଲଜ୍ଜିତ । ଏଥିନେଇ ସମସ୍ତଙ୍କୁ କ୍ଷମା ମାଗୁଛି । ଏହା ମୋର ବିଫଳତାର କାରଣ, ତାକୁ ରକ୍ଷା କରିବା ପାଇଁ କୌଣସି ପ୍ରକାର ହସ୍ତକ୍ଷେପ କରିବି ନାହିଁ । ଜ୍ୟାକିଙ୍କ ପୁଅକୁ ୬ମାସ ଜେଲ ହୋଇଥିଲା ।

 

କଙ୍ଗନା ଏହି ପୋଷ୍ଟକୁ ଶେୟାର କରିବା ସହ ତଳେ ଲେଖିଛନ୍ତି…. ବାସ୍ କହିବା କଥା ବୋଲି କହୁଛି । ସେ ଏ ସମ୍ପର୍କୀତ ୨ଟି ଫଟୋ ମଧ୍ୟ ଶେୟାର କରିଛନ୍ତି ।

Leave A Reply

Your email address will not be published.