ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା, ଜଣେ ପୂଜାରୀ ଗିରଫ

0

ପୁରୀ : ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାମଲାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୋଲିସ । ଏ ନେଇ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ମନ୍ଦିର ପୂଜକ ଓ ସେବାୟତମାନେ ମିଛ ଖବର କହିବା ସହ ବିଭିନ୍ନ ଖବର କାଗଜକୁ ଶ୍ରୀମନ୍ଦିର ସମ୍ମୁଖରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ । ଏହାସହ ସଂପୃକ୍ତ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଏତଲା ଦେଇଥିଲେ । ଅନ୍ୟପଟେ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ସିଡବ୍ଲୁସିରେ ନାବାଳିକାଙ୍କର କାଉନସେଲିଂ ପରେ ବୟାନ ରେକର୍ଡ ହୋଇଛି । ନାବାଳିକା ଜଣଙ୍କ ପୁରୀ ବାହାରର ହୋଇଥିବା ବେଳେ, ସେ ତାଙ୍କ ସମ୍ପର୍କୀୟଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଆଉ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଥିଲା ।

Leave A Reply

Your email address will not be published.