ଆସିଲା ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣରେ ହୋଲି ପାଳନ ନେଇ କଟକଣା

0

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା । ନୂଆ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ହୋଇପାରିବନି, କେବଳ ଘରେ ରହି ଖେଳିପାରିବେ ହୋଲି । ଏହାଛଡ଼ା ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ, ମେଳା, ପ୍ରଦର୍ଶନୀ, ବାଣିଜ୍ୟ, ମେଳାକୁ ଅନୁମତି ରହିଛି । ସେହିଭଳି ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣଙ୍କୁ ମିଳିବ ଅନୁମତି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ପଡ଼ିବ ଅନୁମତି ।

 

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଫଳରେ ଧୀରେ ଧୀରେ କଟକଣା କୋହଳ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପୂର୍ବରୁ ନାଇଟ କର୍ଫ୍ୟୁ ହଟାଯାଇଛି ଏହା ସହ ସ୍କୁଲ କଲେଜ, ବିଶ୍ୱବିଦ୍ୟାଳୟ ଆଦି ପୂର୍ଣ୍ଣ କ୍ଷମତାରେ ଖୋଲିଛି ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୦୩୮ ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୨୬୧୦ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.