ସତ ଓଗାଳିବ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ: ଡିସିପି ଉମାଶଙ୍କରଙ୍କ ସୂଚନା

0

ଭୁବନେଶ୍ୱର: ଚର୍ଚ୍ଚିତ ନକଲି ସ୍ୱାମୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ୧୭ ସ୍ତ୍ରୀର ନକଲି ସ୍ୱାମୀ ରମେଶ ସ୍ୱାଇଁର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିବା ସନ୍ଦେହରେ ପୁନର୍ବାର ପଚରାଉଚରା କରିବ ପୋଲିସ । ପୁଣି ଥରେ ରିମାଣ୍ଡ ଆବେଦନ କରିବ ପୋଲିସ । ଦୁଇ ଦୁଇ ଥର ରିମାଣ୍ଡରେ ଅନେକ ମିଛ କହିଛି ଠକ ରମେଶ, ଏଥିପାଇଁ ଆଗାମୀ ରିମାଣ୍ଡ ସମୟରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ।

 

ଉଲ୍ଲେଖଯୋଗ୍ୟ, ଗତ ୮ ମାସ ଧରି ଖୋଜୁଥିବା ଏହି ନକଲି ଡାକ୍ତରକୁ ୧୪ ତାରିଖରେ ଗିରଫ କରିଥିଲା ଓଡ଼ିଶା ପୋଲିସ୍ । ଏହି ନକଲି ଡାକ୍ତର ବିଭିନ୍ନ ରାଜ୍ୟର ୧୭ ଜଣ ମହିଳାଙ୍କ ସହ ବିବାହ କରିଥିଲେ । ଏମିତିକି ସେମାନଙ୍କ ଠାରୁ ଅନେକ ଟଙ୍କା ହଡ଼ପ କରିଥିଲେ । ଖାଲି ସେତିକି ନୁହେଁ ଅନେକ ମହିଳାଙ୍କ ସଂପର୍କରେ ମଧ୍ୟ ରହିଥିଲା ଏହି ନକଲି ଡାକ୍ତର । ସେପଟେ ରମେଶ ସ୍ୱାଇଁଙ୍କ ଏହି ଠକାମୀରେ ସହ ତାଙ୍କ ଭଉଣୀ ମଧ୍ୟ ସଂପୃକ୍ତି ଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା ଯାହାପରେ ରମେଶଙ୍କ ଭଉଣୀ ରଶ୍ମିତାଙ୍କ ମଧ୍ୟ ଗିରଫ କରିଥିଲା ପୋଲିସ୍ । ରମେଶଙ୍କ ଭିଣୋଇଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି ଯେ କି ଏବେ ଫେରାର ରହିଛି ।

Leave A Reply

Your email address will not be published.