ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

0

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି ।

୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଟିମରେ ଅଛନ୍ତି ଜଣେ ଡିଏସପି, ୩ ଜଣ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ତାଙ୍କ ଘରୁ ଓ ଅଫିସରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି ।

ବର୍ତ୍ତମାନ ସୁଦ୍ଧା ଚଢ଼ାଉରୁ ଅନୀଲ ପାଢ଼ୀଙ୍କର ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ପ୍ଲଟ୍ ଥିବା ବେଳେ ନଗଦ ୬୯ ହଜାର ଟଙ୍କା ଠାବ ହୋଇଛି । ଜାରି ରହିଛି ଚଢ଼ାଉ । ହିସାବନିକାଶ ପରେ ସ୍ପଷ୍ଟ ହେବ ତାଙ୍କର କେତ ରହିଛି ଆୟ ବହିର୍ଭୂତ ସମ୍ପତ୍ତି ।

Leave A Reply

Your email address will not be published.