ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video

0

କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ ସେନାର ମିସାଇଲ ମାଡ଼ରେ ଭୁଶୁଡିପଡିଛି ପୋଲିସ ବିଲ୍ଡିଂ । ରୁଷର ଏହି ଅଳାକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖାରକିଭ ରାଜ୍ୟପାଳ ସୂଚନା ଦେଇଛନ୍ତି । ଏବେ ବି ରକେଟ ଜରିଆରେ ଆକ୍ରମଣ ଜାରି ରଖିଛନ୍ତି ରୁଷ ସେନା ।

ଖାରକିଭ ସ୍ଥିତ ମିଲିଟାରୀ ଏକାଡେମୀରେ ରକେଟ ମାଡ କରାଯାଇଛି । ଗତ ୯ ଘଣ୍ଟା ଧରି ସେଠାରେ ନିଆଁ ଲିଭିନଥିଲା । ୟୁେକ୍ରେନ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତାଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ପୋଲିସ ବିଭାଗର ବିଲ୍ଡିଂକୁ କିପରି ରୁଷ ଆକ୍ରମଣ କରିଛି, ତାହା ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.