ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

0

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ ରାଉରକେଲା ଏସପି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

 

ରାଉରକେଲା ଏସପି ସୂଚନା ଦେଇ କହିଛନ୍ତି ଯେ, ତର୍କରା ନିକଟସ୍ଥ ଏମ.ଭି ଚେକିଂ ବେଳେ ବଶିଷ୍ଠ ମହାନ୍ତି, ଯଜ୍ଞଶିସ ସ୍ୱାଇଁକୁ ଅଟକାଇବାକୁ ଚେଷ୍ଟା କଲାବେଳେ ସେମାନେ ନଅଟକି ଚାଲିଯିବାରୁ ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଆପାଚି ଗାଡ଼ି ଦୁଇଟି ବନ୍ଧୁକ, ଗୁଳି, ଦୁଇଟି ମୋବାଇଲ ଜବତ କରାଯାଇଥିଲା। ଜଲଦା ମୁଣ୍ଡା ବସ୍ତି ନିକଟସ୍ଥ ରାଉତ କ୍ରସରରୁ ଅମିତ କୁମାର ସାହୁଙ୍କୁ ଗିରଫ କରି ତାଙ୍କଠାରୁ ଗୋଟିଏ ବନ୍ଧୁକ, ଗୁଳି, ମୋବାଇଲ, ଓ ଗୋଟିଏ ପେଜେରୋ ଗାଡ଼ି ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସେକ୍ଟର-୩, ବିଶ୍ରା, ଟାଉନସିପ୍, ରଘୁନାଥପାଲି, ଉଦିତନଗର ଥାନାରେ ବିଭିନ୍ନ କେଶ ରୁଜୁ ହୋଇଛି।

Leave A Reply

Your email address will not be published.