ପାସପୋର୍ଟ ଯାଞ୍ଚ ପରେ ୧୫୦ ଭାରତୀୟଙ୍କୁ ଛାଡିଲା ତାଲିବାନ

0

ନୂଆଦିଲ୍ଲୀ: ତାଲିବାନ ଆଜି ସକାଳେ କାବୁଲ ଏୟାରପୋର୍ଟରୁ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଥିଲା। ତେବେ ଏହାକୁ ନେଇ ଏକ ଭଲ ଖବର ଆସିଛି। ତାଲିବାନୀ ନିଜ ସାଙ୍ଗରେ ନେଇ ଯାଇଥିବା ୧୫୦ ଭାରତୀୟଙ୍କୁ ଏବେ ସୁରକ୍ଷିତ କାବୁଲ ଏୟାରପୋର୍ଟରେ ଛାଡ଼ି ଦେଇଛନ୍ତି।

 

ସୂଚନା ଅନୁଯାୟୀ ତାଲିବାନ କାବୁଲ ବିମାନବନ୍ଦର ନିକଟସ୍ଥ କିଛି ସ୍ଥାନରେ ଏହି ସମସ୍ତ ଭାରତୀୟଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଛାଡି ଦେଇଛି। ଏହାପୂର୍ବରୁ ଏକ ସାମରିକ ବିମାନ ଅନ୍ୟ ୮୦ରୁ ଅଧିକ ଭାରତୀୟଙ୍କୁ ନେଇ ତାଜିକିସ୍ତାନ ଯାଇଥିଲା।

ତେବେ ପରେ ସେହି ସମାନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ତାଲିବାନ ମୁଖପାତ୍ର ମଧ୍ୟ ଅପହରଣ କଥାକୁ ଅସ୍ୱୀକାର କରିଛନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି ଏବଂ ବିମାନବନ୍ଦରକୁ ପଠାଯିବା ପୂର୍ବରୁ ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଇଛି। ଏହି ଘଟଣାରେ ଭାରତୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।

 

ତେବେ ଆଫଗାନିସ୍ତାନ ଛାଡୁଥିବା ସମସ୍ତ ଭାରତୀୟଙ୍କ ଉପରେ ସରକାର ନଜର ରଖିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଫଗାନିସ୍ତାନ ଛାଡିଥିବା ସମସ୍ତ ଭାରତୀୟଙ୍କ ସବିଶେଷ ତଥ୍ୟ ମଧ୍ୟ ରଖିଛନ୍ତି।

Leave A Reply

Your email address will not be published.