କୋଭିଡ ଲକ୍ଷଣ ଥିଲେ ସ୍କୁଲ ଆସନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ୱର : ସୁନ୍ଦରଗଡ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ କରୋନାରେ ସଂକ୍ରମିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କି ଯେଉଁ ଛାତ୍ରଛାତ୍ରୀ ମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେଉଛି ।ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ଏନେଇ ସ୍ଥୀନୟ ପ୍ରଶାସନ ମଧ୍ୟ ସଜାଗ ରହିଛି ।

 

ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସଙ୍ଗୋରୋଧରେ ରଖାଯାଇଛି । ସ୍କୁଲ ଓ କଲେଜରେ ନିୟମକୁ କଡା କଡି ପାଳନ କରିବାକୁ କୁହାଯାଇଛି । ସଚେତନ ରହିଲେ ସଂକ୍ରମଣ ରୋକିହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏ ସଂକ୍ରାନ୍ତରେ ଭୟଭୀତ ହେବା ଉଚିତ ନୁହେଁ । ରାଜ୍ୟରେ ସଂକ୍ରମଣ କମୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.