ଟାଇଗରଙ୍କ ସ୍କୃ ଢିଲାରେ ରଶ୍ମିକା ସ୍ଥାନରେ ଅଭିନୟ କରିବେ ଶନାୟା

0

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଛି ଟାଇଗର ଶ୍ରଫ ଅଭିନୀତ ସ୍କୃ ଢିଲା । ରିପୋର୍ଟ ମୁତାବକ ସାଉଥର ଗ୍ଲାମର ଗର୍ଲ ରଶ୍ମିକା ମନ୍ଦାନାଙ୍କ ସ୍ଥାନରେ ଏବେ ଅଭିନୟ କରିବେ ସନାୟା କାପୁର । ରିପୋର୍ଟ ମୁତାବକ ସନାୟା ପୂର୍ବରୁ ଧର୍ମା ପ୍ରଡକ୍ସନର ବେଧଡକ ଫିଲ୍ମରେ ଅଭିନୟ କରିଥାନ୍ତେ, ତେବେ କୌଣସି କାରଣ ବଶତଃ ଏହାର ଶୁଟିଂ ବନ୍ଦ ହୋଇ ଯାଇଥିଲା । ସେପଟେ ଅସୁସ୍ଥତା ଓ ଡେଟ୍ସ କାରଣରୁ ରଶ୍ମିକା ଫିଲ୍ମ କରିବା ନେଇ ପଛ ଘୁଂଚା ଦେଇଥିଲେ । ଶେଷରେ ସନାୟାଙ୍କୁ ଏହି ଫିଲ୍ମ ପାଇଁ ସାଇନ କରାଯାଇଛି ।

ଏବେ ସନାୟା ଉଭୟ ସ୍କୃ ଢିଲା ଓ ବେଧଡକରେ ଅଭିନୟ କରିବେ । ସ୍କୃ ଢ଼ିଲାର ଶୁଟିଂ କେବେ ଆରମ୍ଭ ହେବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଥମ ଥର ପାଇଁ ଟାଇଗର ଓ ସନାୟା ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସ୍କ୍ରିନରେ ଏହି ଯୋଡିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

Leave A Reply

Your email address will not be published.