ଆଇସିସି ଘୋଷଣା କଲା ମେଗା ଇଂଭେଟର କାର୍ଯ୍ୟସୂଚୀ: ୨୦୨୬, ୨୦୩୧ ବିଶ୍ୱକପ ଆୟୋଜନ କରିବ ଭାରତ

0

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ମେଗା ଇଭେଂଟର କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଂଟ ଆୟୋଜନ କରିବା ଅଧିକାର ମିଳିଛି । ଏହା ମଧ୍ୟରେ ୨୦୨୬ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ଭାବେ ଟି୨୦ ବିଶ୍ୱକପ ଏବଂ ୨୦୩୧ରେ ବାଂଲାଦେଶ ସହ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଏହା ବ୍ୟତୀତ ୨୦୨୯ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତରେ ହେବ । ସୂଚନାଯୋଗ୍ୟ, ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ହେବ ବୋଲି ଚୂଡାନ୍ତ ହୋଇସାରିଛି । ୨୫ ବର୍ଷ ପରେ ପାକିସ୍ତାନକୁ ଆଇସିସିର ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବା ସୁଯୋଗ ମିଳିଛି । ୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ । ୨୦୨୪ ଟି୨୦ ବିଶ୍ୱକପ ଆମେରିକା ଓ ୱେଷ୍ଟଇଣ୍ଡିଜରେ ମିଳିତ ଭାବେ ଆୟୋଜିତ ହେବ ।

ଆଇସିସି ଟୁର୍ଣ୍ଣାମେଂଟ
୨୦୨୪ : ଟି୨୦ ବିଶ୍ୱକପ (ଆମେରିକା, ୱେଷ୍ଟଇଣ୍ଡିଜ) ।
୨୦୨୫: ଚାମ୍ପିୟନ୍ସ ଟ୍ରଫି (ପାକିସ୍ତାନ)
୨୦୨୬: ଟି୨୦ ବିଶ୍ୱକପ (ଭାରତ, ଶ୍ରୀଲଙ୍କା)
୨୦୨୭: ଦିନିକିଆ ବିଶ୍ୱକପ (ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ନାମ୍ବିଆ)
୨୦୨୮: ଟି୨୦ ବିଶ୍ୱକପ (ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ)
୨୦୨୯: ଚାମ୍ପିୟନ୍ସ ଟ୍ରଫି (ଭାରତ)
୨୦୩୦: ଟି୨୦ ବିଶ୍ୱକପ (ଇଂଲଣ୍ଡ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ)
୨୦୩୧: ଦିନିକିଆ ବିଶ୍ୱକପ (ଭାରତ, ବାଂଲାଦେଶ)

Leave A Reply

Your email address will not be published.