ଆସାମ-ମିଜୋରମ ସୀମା ବିବାଦ ନେଇ ପୁଣି ଉତେଜନା

0

ହେଲିକାଣ୍ଡି: ଆସାମର ହେଲିକାଣ୍ଡଢି ଜିଲ୍ଲାର ଏକ ସ୍କୁଲ ଉପରେ ବୋମାମାଡ ହେବା ଯୋଗୁ ଆସାମ ଏବଂ ମିଜୋରମ ମଧ୍ୟରେ ସୀମା ବିବାଦ ନେଇ ପୁନର୍ବାର ଉତେଜନା ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ କେବଳ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି । କୌଣସି ବଡ ଧରଣର ଅଘଟଣ ଘଟି ନାହିଁ ବୋଲି ହେଲିକାଣ୍ଡ ଏସପି ଗୌରବ ଉପାଧ୍ୟାୟ କହିଛନ୍ତି ।

ଆସାମ-ମିଜୋରମ ସୀମାରେ ଥିବା ଏହି ସ୍କୁଲ କରୋନା ମହାମାରୀ ଯୋଗୁ ବନ୍ଦ ଥିଲା । ରାତ୍ର ସମୟରେ ବିସ୍ଫୋରଣ ହେଇଥିବାରୁ ଭାଗ୍ୟବଶତଃ ଏହାର ଆଖପାଖରେ କେହି ନ ଥିଲେ । ସୀମା ବିବାଦ ନେଇ ଉତେଜନା ବୃଦ୍ଧି ପାଇବା ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

Leave A Reply

Your email address will not be published.