ଦେଶରେ ଲକ୍ଷେ ୭୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

0

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୧ ହଜାର ୭୩୬ ଜଣ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧି ପାଇଛି ।

 

 

ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୭୯ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୭୧ ହଜାର ୦୫୮ ଜୀବନ ନେଲାଣି।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୯୭,୧୬୮। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୧୨ ଲକ୍ଷ ୬୪ ହଜାର ୬୯୮।

Leave A Reply

Your email address will not be published.